Loading Now

ଟ୍ରମ୍ପଙ୍କୁ ବଡ଼ ଝଟକା, ଉପରମୁହାଁ ଭାରତୀୟ ସେୟାର ବଜାର; ସେନସେକ୍ସ-ନିଫ୍ଟିରେ ଜବରଦସ୍ତ ଉତ୍ସାହ

stock market surge after us supreme court strike trump tariff

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଳ୍କ (Tariff) ମାମଲାରେ ଶକ୍ତ ଧକ୍କା ଲାଗିବା ପରେ ଏହାର ସକାରାତ୍ମକ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ଦେଖିବାକୁ ମିଳିଛି। ସୋମବାର ବଜାର ଖୋଲିବା ମାତ୍ରେ ନିବେଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା, ଯାହା ଫଳରେ ସେନସେକ୍ସ ଏବଂ ନିଫ୍ଟିରେ ରକେଟ୍ ଗତିରେ ବୃଦ୍ଧି ଘଟିଛି। ଆମେରିକା ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ପରେ ବିଶ୍ୱ ବଜାର ସହ ତାଳ ଦେଇ ଦେଶୀୟ ବଜାରରେ ମଧ୍ୟ ସବୁଜ ସଙ୍କେତ ଦେଖିବାକୁ ମିଳିଛି।

ଟ୍ରମ୍ପଙ୍କ ‘ଟାରିଫ୍’ ନିଷ୍ପତ୍ତିକୁ ସୁପ୍ରିମକୋର୍ଟଙ୍କ ନାସ୍ତିବାଣୀ

ଗତ ସପ୍ତାହରେ ଆମେରିକାରେ ଅନେକ ବଡ଼ ଘଟଣା ଘଟିଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ‘ରେସିପ୍ରୋକାଲ୍ ଟାରିଫ୍’ (Reciprocal Tariff) କୁ ଆମେରିକା ସୁପ୍ରିମକୋର୍ଟ ବେଆଇନ ଦର୍ଶାଇ ରଦ୍ଦ କରିଦେଇଛନ୍ତି। ଯଦିଓ ଏହି ନିଷ୍ପତ୍ତି ପରେ ଟ୍ରମ୍ପ ତୁରନ୍ତ ବିଶ୍ୱର ସମସ୍ତ ଦେଶ ଉପରେ ପ୍ରଥମେ ୧୦% ଏବଂ ପରେ ଏହାକୁ ବଢ଼ାଇ ୧୫% ନୂଆ ଶୁଳ୍କ ଲାଗୁ କରିଥିଲେ, କିନ୍ତୁ କୋର୍ଟଙ୍କ ହସ୍ତକ୍ଷେପ ପରେ ବଜାରରେ ଥିବା ଅନିଶ୍ଚିତତା ଦୂର ହୋଇଛି। ଯେଉଁ ଟାରିଫ୍ ଭୟରେ ବିଶ୍ୱ ବଜାରରେ ହାହାକାର ପଡ଼ିଥିଲା, ତାହା ହଟିବା ମାତ୍ରେ ସେୟାର ବଜାରରେ ସୁନାମି ଆସିଛି।

ସେନସେକ୍ସ ଓ ନିଫ୍ଟିରେ କାରବାର ଉତ୍ସାହଜନକ

ସୋମବାର କାରବାର ଆରମ୍ଭରୁ ହିଁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ର ସେନସେକ୍ସ ପ୍ରାୟ ୬୦୦ ପଏଣ୍ଟରୁ ଅଧିକ ବୃଦ୍ଧି ସହ ଖୋଲିଛି ।

ଗତ ଶୁକ୍ରବାର ୮୨,୮୧୪.୭୧ ପଏଣ୍ଟରେ ବନ୍ଦ ହୋଇଥିବା ସେନସେକ୍ସ, ଆଜି ୮୨,୯୦୬.୮୩ ପଏଣ୍ଟରେ ଖୋଲିଥିଲା ଏବଂ ମାତ୍ର କିଛି ମିନିଟ୍ ମଧ୍ୟରେ ୮୩,୪୮୬ ପଏଣ୍ଟରେ ପହଞ୍ଚିଥିଲା।

ସେହିଭଳି ଏନଏସଇ (NSE) ନିଫ୍ଟି ମଧ୍ୟ ୨୫,୬୭୮ ପଏଣ୍ଟରେ କାରବାର ଆରମ୍ଭ କରି ଦ୍ରୁତ ଗତିରେ ୨୫,୭୭୧.୪୫ ସ୍ତରକୁ ଛୁଇଁଥିଲା।

ଏହି ୧୦ଟି ସେୟାରରେ ଦେଖିବାକୁ ମିଳିଛି ସବୁଠୁ ଅଧିକ ଉର୍ଦ୍ଧ୍ବଗତି

କ୍ୟାଟେଗୋରୀକମ୍ପାନୀର ନାମବୃଦ୍ଧି (%)
ଲାର୍ଜକ୍ୟାପ୍ଅଦାନୀ ପୋର୍ଟସ (Adani Ports)୨.୮୦%
ଏକ୍ସିସ୍ ବ୍ୟାଙ୍କ (Axis Bank)୨.୧୦%
କୋଟାକ ବ୍ୟାଙ୍କ (Kotak Bank)୧.୬୦%
ଏଚଡିଏଫସି ବ୍ୟାଙ୍କ (HDFC Bank)୧.୫୦%
ମିଡ୍‌କ୍ୟାପ୍ଭାରତ ଫୋର୍ଜ (Bharat Forge)୨.୦୦%
ପଲିସି ବଜାର (Policy Bazar)୧.୯୫%
ପେଟିଏମ୍ (Paytm)୧.୯୫%
ବିଏଚଇଏଲ (BHEL)୧.୫୦%
ସ୍ମଲକ୍ୟାପ୍କୋହାନସ୍ (Cohance)୪.୮୦%
ଆଇଆଇଏଫଏଲ (IIFL)୪.୨୦%

ବଜାରର ପ୍ରାରମ୍ଭିକ କାରବାରରେ କିଛି ନିର୍ଦ୍ଦିଷ୍ଟ ସେୟାର ନିବେଶକଙ୍କୁ ମାଲାମାଲ କରିଛି। ଲାର୍ଜକ୍ୟାପ୍‌ଠାରୁ ଆରମ୍ଭ କରି ସ୍ମଲକ୍ୟାପ୍ ପର୍ଯ୍ୟନ୍ତ ସବୁଠି ଉତ୍ସାହ ଜାରି ରହିଛି।

ବିଶ୍ୱ ବଜାରର ସକାରାତ୍ମକ ପ୍ରଭାବ

ଟ୍ରମ୍ପଙ୍କ ଟାରିଫ୍ ଭୟ ଦୂର ହେବା ପରେ ଏସୀୟ ବଜାରରେ ଜାପାନକୁ ଛାଡ଼ି ପ୍ରାୟ ସମସ୍ତ ଦେଶର ବଜାର ଗ୍ରୀନ୍ ଜୋନ୍‌ରେ ରହିଥିଲା। ବିଦେଶୀ ବଜାରରୁ ମିଳିଥିବା ଏହି ସକାରାତ୍ମକ ସଙ୍କେତ ଭାରତୀୟ ବଜାରକୁ ବୁଷ୍ଟ କରିଛି। ଆଜି ବଜାର ଆରମ୍ଭରେ ପ୍ରାୟ ୧,୬୭୬ଟି ସେୟାର ବୃଦ୍ଧି ସହ କାରବାର କରୁଥିବାବେଳେ, ମାତ୍ର ୮୩୦ଟି ସେୟାରରେ ହ୍ରାସ ଦେଖାଦେଇଛି ଏବଂ ୨୫୭ଟି ସେୟାରରେ କୌଣସି ପରିବର୍ତ୍ତନ ଘଟିନାହିଁ। ନିବେଶକମାନେ ବର୍ତ୍ତମାନ ଆଗାମୀ ଦିନରେ ଆମେରିକାର ଆର୍ଥିକ ନୀତି କିଭଳି ରହୁଛି, ତାହା ଉପରେ ନଜର ରଖିଛନ୍ତି।

Post Comment

ବଡ଼ ଖବର