Loading Now

ମେକ୍ସିକୋରେ ରକ୍ତାକ୍ତ ସଂଘର୍ଷ: ସେନା ଗୁଳିରେ ନିହତ ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ ମାଫିଆ ‘ଏଲ୍ ମେଞ୍ଚୋ’

mexico drug lord el mencho dead cjng jalisco guadalajara

ଆମେରିକା: ମେକ୍ସିକୋ ସେନାର ଏକ ବଡ଼ ଧରଣର ଅପରେସନରେ ଦୁର୍ଦ୍ଦାନ୍ତ ଡ୍ରଗ୍ ମାଫିଆ ତଥା ‘ଜାଲିସ୍କୋ ନ୍ୟୁ ଜେନେରେସନ କାର୍ଟେଲ’ (CJNG) ର ମୁଖ୍ୟ ‘ଏଲ୍ ମେଞ୍ଚୋ’ର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସାରା ମେକ୍ସିକୋ ଏବେ ଜଳୁଛି । ଡ୍ରଗ୍ସ କାର୍ଟେଲର ସଦସ୍ୟ ଏବଂ ସେନା ମଧ୍ୟରେ ଭୟଙ୍କର ସଂଘର୍ଷ ଜାରି ରହିଛି ।

ଅପରେସନ୍ ‘ଏଲ୍ ମେଞ୍ଚୋ’

ମେକ୍ସିକୋ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ରବିବାର ଦିନ ଜାଲିସ୍କୋ ଅଞ୍ଚଳରେ ସେନା ଏବଂ ସ୍ପେଶାଲ ଫୋର୍ସ ପକ୍ଷରୁ ଏକ ଗୁପ୍ତ ଅପରେସନ କରାଯାଇଥିଲା । ଏହି ସମୟରେ ସେନା ଏବଂ ଅପରାଧୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା ।

ଏହି ଶୁଟ୍‌ଆଉଟ୍‌ରେ ଡ୍ରଗ୍ ମାଫିଆ ନେମେସିଓ ରୁବେନ୍ ଓସେଗୁଏରା ସର୍ଭାଣ୍ଟେସ୍ ଓରଫ’ଏଲ୍ ମେଞ୍ଚୋ’ ଗୁରୁତର ଭାବେ ଆହତ ହୋଇଥିଲା । ତାକୁ ଚିକିତ୍ସା ପାଇଁ ଏୟାରଲିଫ୍ଟ ଜରିଆରେ ମେକ୍ସିକୋ ସିଟିକୁ ନିଆଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ଘଟିଛି ।

ଜଳୁଛି ମେକ୍ସିକୋ: ବିମାନ ସେବା ବାଧାପ୍ରାପ୍ତ

ଏଲ୍ ମେଞ୍ଚୋର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାର ସମର୍ଥକ ତଥା CJNG କାର୍ଟେଲର ସଦସ୍ୟମାନେ ଉଗ୍ର ରୂପ ଧାରଣ କରିଛନ୍ତି ।

ଜାଲିସ୍କୋ, ଗୁଆଡାଲାଜାରା, ପୁଏର୍ଟୋ ଭାଲାର୍ଟା ଏବଂ ଟାପାଲ୍ପା ଭଳି ଅଞ୍ଚଳରେ ବ୍ୟାପକ ହିଂସା ଦେଖାଦେଇଛି । ପ୍ରଦର୍ଶନକାରୀମାନେ ଶତାଧିକ ଗାଡ଼ି ପୋଡ଼ି ଦେବା ସହ ରାସ୍ତା ଅବରୋଧ କରିଛନ୍ତି । ହିଂସା ଯୋଗୁଁ ଗୁଆଡାଲାଜାରା ଏବଂ ପୁଏର୍ଟୋ ଭାଲାର୍ଟା ବିମାନବନ୍ଦରରେ ବିମାନ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଅନେକ ବିମାନକୁ ବାତିଲ କରାଯାଇଛି ।

AI ଜରିଆରେ ସୋସିଆଲ ମିଡିଆରେ ଭ୍ରମିତ ଖବର ପ୍ରସାର

ହିଂସା ମଧ୍ୟରେ କିଛି ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ଭିଡିଓରେ ଦାବି କରାଯାଇଥିଲା ଯେ ଗୁଆଡାଲାଜାରା ଏୟାରପୋର୍ଟରେ ଏକ ବିମାନରେ ନିଆଁ ଲାଗିଯାଇଛି । ତେବେ ଆମେରିକାରେ ଥିବା ମେକ୍ସିକୋ ଦୂତାବାସ ଏହାକୁ ସ୍ପଷ୍ଟ ଭାବେ ମନା କରିଛି । ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଏହି ଭିଡିଓଟି AI (Artificial Intelligence) ଦ୍ୱାରା ପ୍ରସ୍ତୁତ ଏକ ନକଲି ଭିଡିଓ ଏବଂ ଏଥିରେ କୌଣସି ସତ୍ୟତା ନାହିଁ ।

ଆମେରିକା ଓ କାନାଡ଼ାର ସତର୍କ ସୂଚନା (Travel Advisory)

ମେକ୍ସିକୋର ବିଗିଡିଥିବା ସ୍ଥିତିକୁ ଦେଖି ଆମେରିକା ଏବଂ କାନାଡ଼ା ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛନ୍ତି ।

ମେକ୍ସିକୋରେ ଥିବା ଆମେରିକୀୟଙ୍କୁ “Shelter in place” ଅର୍ଥାତ୍ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛି ଆମେରିକା। ନିଜ ନାଗରିକଙ୍କୁ ସତର୍କ ରହିବା ସହ ଭିଡ଼ ଅଞ୍ଚଳକୁ ନଯିବାକୁ କହିଛି କାନାଡ଼ା। ଆମେରିକା ଏବଂ କାନାଡ଼ାର ଅନେକ ଏୟାରଲାଇନ୍ସ ସେମାନଙ୍କର ବିମାନ ଉଡ଼ାଣକୁ ସାମୟିକ ଭାବେ ବନ୍ଦ କରିଦେଇଛନ୍ତି ।

ମେକ୍ସିକୋରେ ସେନା ଏବଂ ଡ୍ରଗ୍ ମାଫିଆଙ୍କ ମଧ୍ୟରେ ଶକ୍ତି ପ୍ରଦର୍ଶନ ଜାରି ରହିଛି । ଏଲ୍ ମେଞ୍ଚୋର ମୃତ୍ୟୁ ପରେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Post Comment

ବଡ଼ ଖବର